କଟକ: ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ ପରୀକ୍ଷାର ଫଳାଫଳ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଉତ୍ତୀର୍ଣ୍ଣ ହାର ୯୬ ପ୍ରତିଶତ ରହିଛି।

ଛାତ୍ରୀମାନେ ଛାତ୍ରଙ୍କ ତୁଳନାରେ ଭଲ ପ୍ରଦର୍ଶନ କରିଛନ୍ତି। ପରୀକ୍ଷାର୍ଥୀମାନେ ପରିଷଦର ୱେବସାଇଟରୁ ଫଳାଫଳ ଦେଖିପାରିବେ।